ଭାରତ

 ଆଇସଲ୍ୟାଣ୍ଡରେ ଭୂମିକମ୍ପ : ୨୪ ଘଣ୍ଟାରେ ୨,୨୦୦ରୁ ଅଧିକ ରେକର୍ଡ 

(ଦିଲ୍ଲୀ) : ଉତ୍ତର-ପଶ୍ଚିମ ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୦୦ରୁ ଅଧିକ ଭୂମିକମ୍ପ ରେକର୍ଡ କରାଯାଇଛି। ଫଳରେ ସମଗ୍ର ଦେଶବାସୀ ଆତଙ୍କିତ ହୋଇପଡ଼ିଛି । ଆଇସଲାଣ୍ଡର ରାଜଧାନୀ ରେକ୍ଜାଭକି ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ (କମ୍ପନ) ଅନୁଭୂତ ହୋଇଛି। ପାଖାପାଖି ୨,୨୦୦ ଭୂକମ୍ପ ଚିହ୍ନଟ ହୋଇଛି ଏବଂ ଆଇସଲାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ସବୁଠାରୁ ବଡ ଭୂମିକମ୍ପ ଅନୁଭୂତ ହୋଇଛି । ଆଗକୁ ଆହୁରି ଭୂକମ୍ପ ଗତିବିଧି ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।

ସୂଚନାନୁଯାୟୀ ,ଏସବୁ ଭୂମିକମ୍ପର ହାରାହାରି ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଛି । ଏହା ଖୁବ୍ ଶୀଘ୍ର ଆଗ୍ନେୟଗିରି ବିସ୍ଫୋରଣ ହେବାର ସଙ୍କେତ ପ୍ରଦାନ କରୁଛି । ଆଇଏମଓ କହିଛନ୍ତି ଯେ ମାଉଣ୍ଟ ଫାଗ୍ରାଡାସଫିଏଲ ତଳେ ଅପରାହ୍ଣ ପ୍ରାୟ ୪ଟା ବେଳେ ଭୂମିକମ୍ପ ଆରମ୍ଭ ହୋଇଥିଲା।

Related posts

ଦେଶରେ କରୋନା ଭାଇରସ୍‌ ହ୍ରାସ ହେଉଛି

mahabharatanews

ଇମ୍ଫାଲରୁ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଆରମ୍ଭ

mahabharatanews

‘ରାହୁଲ ଏବେ ବାହା ହୋଇ ଯାଅ, ଆମେ ବରଯାତ୍ରୀ ଯିବୁ’ :ଲାଲୁ ଯାଦବ

mahabharatanews