ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଅଦା ଶର୍ମା 

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଅଦା ଶର୍ମା ନିଜ ଅଭିନୟ ପାଇଁ ଚର୍ଚାରେ ରହିଛନ୍ତି । ଫିଲ୍ମ ‘ଦି କେରଳ ଷ୍ଟୋରୀ’ ରିଲିଜ୍ ପରେ ଅଭିନେତ୍ରୀଙ୍କ ଲୋକପ୍ରିୟତା ବଢ଼ିଛି। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ନିଜ ଅଭିନୟ ପାଇଁ ସବୁବ‌େଳେ ଚର୍ଚ୍ଚାରେ ରହୁଥିବା ଅଦା ଶର୍ମା ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, ଅଭିନେତ୍ରୀ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଚାର କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଖାଦ୍ୟ ଆଲର୍ଜି ଏବଂ ଡାଇରିଆ ହେତୁ ଅଦାଙ୍କ ସ୍ୱାସ୍ଥ୍ୟାବସ୍ଥ‌ା ହଠାତ୍ ଖରାପ ହୋଇଯାଇଥିଲା। ଏନେଇ ସୂଚନା ମିଳିବା ପରେ ତାଙ୍କ ଟିମ୍ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related posts

ଆସିଲା ଟିଜର ,ଖୁବଶୀଘ୍ର ଆସିବ ଶକ୍ତିମାନ 

mahabharatanews

୩୦୦୦ କୋଟି ଟଙ୍କା ଟପିଲା ଉଭୟ ‘ଧୁରନ୍ଧର’

mahabharatanews

ଏତିକି କୋଟି ଆୟ କଲା ଫିଲ୍ମ ‘କ୍ରୁ’ 

mahabharatanews