ଓଡିଶା

ଆସନ୍ତା ୩ଦିନ ଅସମ୍ଭାଳ ଗୁଳୁଗୁଳି ସହ ଖରା 

(ଭୁବନେଶ୍ୱର) : ଆସନ୍ତା ୩ ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ୧୫ରୁ ୧୭ ତାରିଖ ଯାଏ ଗୁଳୁଗୁଳି ରହିଛି । କିଛି ଜିଲ୍ଲାରେ ପାରଦ ୪୫ ଡିଗ୍ରି ଡେଇଁ ଯାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Background for a hot summer or heat wave, orange sky with with bright sun and thermometer

୧୫ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଫଳରେ ଏହି ସବୁ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିପାରେ ୧୬ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ୧୭ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

Related posts

ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱରସ୍ୱତୀଙ୍କୁ ଆବାହନ

mahabharatanews

ୟେସ୍ ବ୍ୟାଙ୍କ ଶାଖା ସାମ୍ନାରେ ପୁରୀ ସିପିଆଇଏମର ବିକ୍ଷୋଭ

mahabharatanews

ଡେଙ୍ଗୁ ଆତଙ୍କ;  ସର୍ବାଧିକ କଟକରୁ ୫୦ ଚିହ୍ନଟ

mahabharatanews