ମନୋରଞ୍ଜନ

ସରିଲା ନିର୍ବନ୍ଧ

(ଦିଲ୍ଲୀ) : ସରିଲା ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର  ନିର୍ବନ୍ଧ । ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଛି  କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ହୋଇଥିବା ନିର୍ବନ୍ଧର ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।

ସୂଚନାନୁଯାୟୀ ,ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନେ ଯୋଗ ଦେଇଥିଲେ। ନିବନ୍ଧ ସ୍ଥଳରେ ପାରମ୍ପରିକ ସାଜସଜ୍ଜା ଦେଖିବାକୁ ମିଳିଥିଲା। ଆପ୍ ସାଂସଦ ରାଘବ ଚଢ଼ାଙ୍କ ଘର ବିଭିନ୍ନ ପ୍ରକାର ଫୁଲରେ ସଜାଯାଇଥିଲା। ତେବେ ନିର୍ବନ୍ଧର ଫଟୋ ଓ ଭିଡ଼ିଓ ଯେପରି ବାହାରକୁ ଲିକ୍ ନ ହୁଏ, ସେଥିପାଇଁ ଅତିଥିମାନଙ୍କୁ ପାଖରେ ଫୋନ ରଖିବାକୁ ଅନୁମତି ମିଳି ନ ଥିଲା। ଅତିଥିମାନଙ୍କ ପାଇଁ ଲାଲ ଗାଲିଚା ବିଛାଯାଇଥିଲା ଏବଂ ଆସନରେ ବସିବା ପୂର୍ବରୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ଫୋନ ରଖିଦେବାକୁ କୁହାଯାଇଥିଲା।

Related posts

କ୍ରିକେଟ ଧାୱନ ଏବେ ସିନେମାରେ

mahabharatanews

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଚର୍ଚ୍ଚିତ ଦମ୍ପତି

mahabharatanews

୫୬ ବର୍ଷରେ ପାଦ ଥାପିଲେ ଖିଲାଡି ବୟ, ଦର୍ଶକଙ୍କୁ ବଡ ଉପହାର

mahabharatanews