ଭାରତ

ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

(ତାମିଲନାଡ଼ୁ) : ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତାମିଲନାଡ଼ୁର ଭିଲ୍ଲୁପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଭିଲ୍ଲୁପୁରମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ ,ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଭିଲ୍ଲୁପୁରମ ଏସ୍‌ପି ଏବଂ ଚେଙ୍ଗଲପଟ୍ଟୁ ଏସ୍‌ପିଙ୍କ ସମେତ ୪ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି।

Related posts

ବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତ

mahabharatanews

ଗୋବିନ୍ଦାଙ୍କ ଟିକେଟକୁ ନେଇ ବଢୁଛି ସସପେନ୍ସ

mahabharatanews

ଏହି ୩ ରାଜ୍ୟରେ କୋହଳ ହେଲା ମାସ୍କ ନିୟମ

mahabharatanews