ମନୋରଞ୍ଜନ

‘ଡନ୍-୩’ରୁ ହଟିଲେ କିଙ୍ଗ ଖାନ୍

(ମୁମ୍ବାଇ) : ବାଦଶାହ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ପ୍ରେକ୍ଷାଳୟରେ ଧୁମ ମଚାଇଥିଲା ।‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ସାରା ଦୁନିଆରେ ରହିଥିଲା। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ ମୋହିଥିଲା । ତେବେ ଏହାରି ମଧ୍ୟରେ ପଠାନ୍ ପରେ ଶାହରୁଖ ‘ଡନ୍-୩’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା  । ଶାହରୁଖ୍ ‘ଡନ୍-୩’ କରିବେ ନାହିଁ ବୋଲି ମନା କରିଛନ୍ତି। ସେ ନିଜକୁ ଫିଲ୍ମରୁ ଦୂରେଇବା ପରେ ଅଭିନେତା ଫରହାନ ଅଖତର ଏବେ ‘ଡନ୍୩’ ପାଇଁ ନୂଆ ଅଭିନେତା ଖୋଜିବା ଆରମ୍ଭ କରିଛନ୍ତି ।

ତେବେ ମହାମାରୀ ସମୟରେ ଫରହାନ ଓ ପ୍ରଯୋଜକ ରିତେଶ ସିଦ୍ଧୱ‌ାନୀ ଫିଲ୍ମର କାହାଣୀକୁ ନେଇ ଅନେକ ଆଲୋଚନା କରିବା ସହ ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ  ଏହି ଫିଲ୍ମ କରିବାକୁ ଶାହରୁଖ ରାଜି ଥିଲେ ବି ବର୍ତ୍ତମାନ ସେ ଅଧିକ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଫିଲ୍ମ କରିବାକୁ ଚାହୁଥିବା କହି ‘ଡନ୍-୩’ କରିବାକୁ ମନା କରିଛନ୍ତି।

Related posts

ଚାଲି ପାରୁନାହାନ୍ତି ରାକ୍ଷୀ

mahabharatanews

ହସପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଜସ୍ମିନ ଭାସିନ

mahabharatanews

ଅତ୍ୟଧିକ ଡାଏଟ୍ ହେତୁ ଆଖି ବୁଜିଲେ ନିର୍ଦ୍ଦେଶକ ବିଜୟଙ୍କ ପତ୍ନୀ 

mahabharatanews