ଭାରତ

ପରଲୋକରେ ସାଂସଦ ରତନ ଲାଲ କାଟରିଆ

(ଦିଲ୍ଲୀ) :  ପରଲୋକରେ ବିଜେପି ସାଂସଦ ରତନ ଲାଲ କାଟରିଆ । ତେବେ ତାଙ୍କର ଗୁରୁବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କୁ ପିଜିଆଇ ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଅମ୍ବାଲାରୁ ୧୩ତମ ଲୋକସଭାକୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ।

ସୂଚନାନୁଯାୟୀ , ହରିୟାଣା ମୁଖ୍ୟମନ୍ତ୍ରୀ ଏମ.ଏଲ୍ ଖଟ୍ଟର କାଟରିଆଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ବିଟର୍‌ ଜରିଆରେ ମଧ୍ୟ କାଟରିଆଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି।

 

Related posts

 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି

mahabharatanews

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

mahabharatanews

ରାମେଶ୍ୱରାମ କାଫେ ବୋମା ବିସ୍ଫୋରଣ; ୪ ଗିରଫ

mahabharatanews