ଭାରତ

ତମାଖୁ ବିକ୍ରିକୁ ନେଇ ଜୁନ ୧ରୁ ନୂଆ ନିୟମ ଜାରି

(ଦିଲ୍ଲୀ) : ଉତ୍ତରପ୍ରଦେଶରେ ପାନ ମସଲା ଏବଂ ତମାଖୁ ବିକ୍ରିକୁ ନେଇ ଜୁନ ୧ରୁ ନୂଆ ନିୟମ ଜାରି ହେବ। ଏଥିପାଇଁ ଖାଦ୍ୟ ସୁରକ୍ଷା କମିଶନର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତିରେ ସୂଚିତ ଅଛି କି ଜୁନ ୧ ତାରିଖ ଠାରୁ ପାନ ମସାଲା ଓ ତମାଖୁକୁ ଦୋକାନୀ ଏକାସାଙ୍ଗରେ ବିକ୍ରି କରି ପାରିବେ ନାହିଁ। ଯିଏ ନିୟମ ଭଙ୍ଗ କରିବେ ଉକ୍ତ ଦୋକାନୀଙ୍କ ବିରୋଧୀରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା କମିଶନର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ସଂପୃକ୍ତ ଅଧିକାରୀଙ୍କୁ ଏକ ଚିଠି ପଠାଇଛନ୍ତି।

ସୂଚନାନୁଯାୟୀ , ୨୦୦୬ରେ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ଅନୁଯାୟୀ ୨୦୧୧ରେ କରାଯାଇଥିବା ନିୟମ ଅନୁଯାୟୀ, ରାଜ୍ୟରେ ତମାଖୁ ମୁକ୍ତ ପାନ ମସାଲା, ଏହାର ଉତ୍ପାଦନ, ପ୍ୟାକିଂ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟ ଉପରେ ନିଷେଧାଦେଶ ରହିଛି, କିନ୍ତୁ ଏହା ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଉ ନାହିଁ। ସୁପ୍ରିମକୋର୍ଟ ମଧ୍ୟ ଏହାକୁ ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଜୁନ୍ ୧ ତାରିଖ ଠାରୁ ଦୋକାନୀମାନେ ପାନ ମସଲା ଏବଂ ତମାଖୁ ପାଉଚ୍ ଏକାଠି ବିକ୍ରି କରିପାରିବେ ନାହିଁ ବୋଲି କଡ଼ାକଡ଼ି ନିୟମ କରିଛି।

Related posts

ଖାତକୁ ଖସିପଡ଼ିଲା ବସ୍‌, ୧୧ ମୃତ ଓ ୮ ଗୁରୁତର

mahabharatanews

ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

mahabharatanews

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews