ଓଡିଶା

ଓଢ଼ଣୀ ଲଗାଇ ସଜନା ଗଛରେ ଝୁଲିପଡିଲେ ଯବାନ

କେନ୍ଦୁଝର: ବେକରେ ଚୁନି ଲଗାଇ ଝୁଲିପଡିଲେ ଓଏପିଏଫ୍ ଯବାନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ହାତିନୋଟା ଗ୍ରାମରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରେମାନନ୍ଦ ନାଏକ। ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ କାରଣ ଏଯାବତ ଅସ୍ଫଷ୍ଟ ରହିଛି । ପ୍ରେମାନନ୍ଦ ଭଦ୍ରକ ଜିଲ୍ଲାରେ ଓଏପିଏଫ୍ ପୋଷ୍ଟରେ କାର୍ୟ୍ୟରତ ଥିଲେ । କିଛି ଦିନ ହେବ ଛୁଟିରେ ଘରକୁ ଆସିଥିଲେ। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମାନନ୍ଦ ୬ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୫ବର୍ଷର ପୁଅ ଥିବା ବେଳେ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି। ପ୍ରେମାନନ୍ଦ କାହିଁକି ଆତ୍ମହତ୍ୟା କଲେ ତାର ଜଣାପଡ଼ିନାହିଁ। ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

Related posts

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ଗୃହକୁ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡିଲେ ବାଚସ୍ପତି

mahabharatanews

ପୁଣି ଖଟିଆରେ ବୁହା ହେଲେ ରୋଗୀ

mahabharatanews