ଓଡିଶା

ବଢିବ ତାତି : ସମ୍ବଲପୁରରେ ସର୍ବୋଚ୍ଚ ୪୩.୩ ଡିଗ୍ରି

(ଭୁବନେଶ୍ୱର) :  ବୃଦ୍ଧି ପାଉଛି ତାତି    ଆସନ୍ତା ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାବାସୀ ପ୍ରବଳ ତାତି ଗୁଳୁଗୁଳି ହେବେ। ବିଶେଷକରି ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ବରଗଡ଼ ସମେତ ଅନୁଗୁଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ସବୁଠୁ ବେଶି ତାତି ସମ୍ବଲପୁରରେ ଅନୁଭୂତ ହୋଇଥିଲା। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩. ଡିଗ୍ରି ରେକର୍ଡ ହୋଇଛି।

ସୂଚନାନୁଯାୟୀ , ସେହିପରି ବୌଦ୍ଧରେ ୪୩ ଡିଗ୍ରି, ହୀରାକୁଦରେ ୪୨. ଡିଗ୍ରି, ଝାରସୁଗୁଡ଼ା ସୁନ୍ଦରଗଡ଼ଠାରେ ୪୨. ଡିଗ୍ରି, ସୋନପୁରରେ ୪୨. ଡିଗ୍ରି, ବରଗଡ଼ରେ ୪୨. ଡିଗ୍ରି, ଅନୁଗୁଳରେ ୪୨. ଡିଗ୍ରି ଏବଂ ବଲାଙ୍ଗୀର, ତାଳଚେର ରାଉରକେଲାରେ ୪୨ ଡିଗ୍ରି ଲେଖାଏଁ ରେକର୍ଡ ହୋଇଥିଲା। 

Related posts

ବରିଷ୍ଠ ନାଗରିକଙ୍କ ଚାଲିଛି ତଥ୍ୟ ସଂଗ୍ରହ

mahabharatanews

କୋଇଲା ବୋଝେଇ ଗାଡି ଜବତ, ୩ ଗିରଫ

mahabharatanews

ଜନ୍ମ ନେଲା ଆନାକୋଣ୍ଡା ; ନନ୍ଦନକାନନ ଇତିହାସରେ ପ୍ରଥମଥର

mahabharatanews