ଓଡିଶା

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ସୁଧାଂଶୁ ଷଢ଼ଙ୍ଗୀ

ଆଇପିଏସ୍ ସୁଧାଂଶୁ ଷଢ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି ଦାୟିତ୍ୱ । ସେ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ୟ୍ୟ ତୁଲାଉଥିଲେ। ତା ପୂର୍ବରୁ ଟ୍ୱିନ ସିଟିର ପୋଲିସ କମିଶନର ଭାବେ ସେ ଦକ୍ଷତାର ସହ କାର୍ୟ୍ୟ କରିଛନ୍ତି । ପୂର୍ବତନ ଅଗ୍ନିଶମ ଡିଜି ବିନୟତୋଷ ମିଶ୍ରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ବିଭାଗର ଉନ୍ନତି ପାଇଁ ସେ ଦକ୍ଷତାର ସହ କାର୍ୟ୍ୟ କରିବେ ବୋଲି କହିଛନ୍ତି । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ସୁଧାଂଶୁ ଷଡଙ୍ଗୀ । ଦାୟିତ୍ବ ଗ୍ରହଣ କରିବା ପରେ କୌଣସି ସଂଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକିୟା ବୋଲି ସେ କହିଛନ୍ତି । ୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷରେ ଅଗ୍ନିଶମ ବିଭାଗର ଉନ୍ନତି ପାଇଁ ରାଜ୍ୟ ସରକାର ଅଧିକ ୨୪୦ କୋଟି ଟଙ୍କାର ଅନୁଦାନ ଦେବାର ପ୍ରସ୍ତାବ ରହିଛି।

Related posts

ଅଶାନ୍ତ ସୁନ୍ଦରଗଡ ସହର, ବନ୍ଦ ରହିଛି ଇଣ୍ଟରନେବା ସେବା

mahabharatanews

ଏବେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ

mahabharatanews

୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

mahabharatanews