(ମୁମ୍ବାଇ) : ଆଖି ବୁଜିଲେ ‘ଆର୍ଆର୍ଆର୍’ ଚଳଚ୍ଚିତ୍ରରେ ବ୍ରିଟିଶ ଗଭର୍ଣ୍ଣରଙ୍କ ଭୂମିକାରେ ନଜର ଆସିଥିବା ଷ୍ଟିଭେନ୍ସନ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା। ରବିବାର ଦିନ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ୨୦୦୪ ମସିହାରେ ସେ ଆଣ୍ଟୋଏନ୍ ଫୁକାଙ୍କ “କିଙ୍ଗ ଆର୍ଥର୍”ରେ ଆସିଥିବା ବେଳେ ଅନେକ ବର୍ଷ ପରେ ଷ୍ଟିଭେନ୍ସନ ପ୍ରି-ଡିଜନି ମାର୍ଭେଲ ଆଡାପ୍ଟେସନ୍ “ପନିସର୍: ୱାର୍ ଜୋନ୍” ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପରଦା କଥା କହିଲେ ସେ ‘ରୋମ୍’ ଧାରାବାହିକରେ ରଗିସ୍ ଟିଟସ୍ ପୁଲୋ ଭୂମିକାରେ ଦେଖିବାକୁ ମିଳିଥିଲେ। ଏହି ଚରିତ୍ର ହିଁ ଆମେରିକାରେ ତାଙ୍କର କ୍ୟାରିୟର୍କୁ ଆଗକୁ ନେଇବାରେ ସହାୟ ହୋଇଥିଲା।