ଭାରତ

ଦିଲ୍ଲୀରେ ହିଟୱେଭ୍‌ ଆଲର୍ଟ ଜାରି,ତାପମାତ୍ରା ୪୬.୨ ଡିଗ୍ରି

(ଦିଲ୍ଲୀ) : ଅସ୍ତବ୍ୟସ୍ତ ଦିଲ୍ଲୀବାସୀଙ୍କ ଜୀବନ । ପ୍ରବଳ ଗ୍ରୀଷ୍ମଲହରୀ ଅସହ୍ୟ   କରିଦେଇଛି। ୪୬.୨ ଡିଗ୍ରି ତାପମାତ୍ରାରେ ଦିଲ୍ଲୀ ସହର ପାରଦ ୪୬ ଡିଗ୍ରି ଅତିକ୍ରମ କରିଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି ଦକ୍ଷିଣ ହରିୟାଣା, ଦିଲ୍ଲୀ, ଦକ୍ଷିଣ ଉତ୍ତରପ୍ର‌ଦେଶ, ଉତ୍ତର ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗରେ ହିଟୱେଭ୍‌ ଆଲର୍ଟ ଜାରି ହୋଇଛି।

ସୂଚନାନୁଯାୟୀ, ମଙ୍ଗଳବାର ପାଇଁ କେବଳ ଝାଡ଼ଖଣ୍ଡରେ ହିଟ୍‌ୱେଭ ଆଲର୍ଟ ଜାରି ହୋଇଛି  । ପଶ୍ଚିମା ଜଳବାୟୁ ପ୍ରଭାବରେ ଆସନ୍ତା ବୁଧବାରଠାରୁ ଉତ୍ତର ପଶ୍ଚିମରେ ବର୍ଷା ଏବଂ କୁଆପଥର ବର୍ଷା ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।

Related posts

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କଲେ ଭଗବନ୍ତ ମାନ୍

mahabharatanews

ଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

mahabharatanews

ଉତକ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍

mahabharatanews