(ଦିଲ୍ଲୀ) : ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସତ୍ୟେନ୍ଦ୍ର ଜୈନ ସକାଳେ ବାଥରୁମରେ ବେହୋସ ହୋଇ ପଡ଼ିଯାଇଥିଲେ। ସତ୍ୟେନ୍ଦ୍ର ଜୈନଙ୍କୁ ତୁରନ ଦୀନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସତ୍ୟେନ୍ଦ୍ର ଜୈନ ଏବେ ହସ୍ପିଟାଲ ଆଇସିୟୁରେ ରହିଛନ୍ତି ।
ସୂଚନାନୁଯାୟୀ , ଏହା ପୂର୍ବରୁ ଗତ ଶନିବାର ଦିନ ତାଙ୍କର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ବିଭିନ୍ନ ଟେଷ୍ଟ୍ କରାଯାଇଥିଲା। ସତ୍ୟେନ୍ଦ୍ର ଜୈନଙ୍କ ଓଜନ ଜେଲ୍ରେ ୩୫ କିଲୋ କମିଯାଇଥିବାରୁ ତାଙ୍କ ସମର୍ଥକମାନେ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।