(ମୁମ୍ବାଇ) : କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ଯୋଡି ବଲିଉଡ୍ରେ ବେଶ ପ୍ରସିଦ୍ଧି ଲାଭ କରିଛି । ଉଭୟଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ ଅଧିକ । ଅଭିନୟ ବ୍ୟତୀତ ଉଭୟ ନିଜର ସୁନ୍ଦର ଡ୍ୟାନ୍ସ ପାଇଁ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି ଆଜି ବି ପ୍ରଶଂସକମାନେ ଏହି ଯୋଡିକୁ ପରଦାରେ ଦେଖିବାକୁ ଚାହାଁନ୍ତି । ବର୍ତ୍ତମାନ କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହ ଦୀର୍ଘ ଦିନ ପରେ ଉଭୟଙ୍କୁ ଏକାଠି ଦେଖି ଖୁବ ଉତ୍ସାହିତ ଅଛନ୍ତି ଲୋକେ ।
ସୂଚନାନୁଯାୟୀ , କରିସ୍ମା କପୁର ସେୟାର କରିଥିବା ଭିଡିଓରେ ସେ ମାଧୁରୀଙ୍କ ସହ ଠୁକମା ଲଗାଉଥିବାର ଦେଖିବା ପାଇଁ ମିଳୁଛନ୍ତି । ଦୁଇ ଅଭିନେତ୍ରୀ ଖୁବ ସୁନ୍ଦର ଓ ଖୁସ ନଜର ଆସୁଛନ୍ତି । ଉଭୟ ଅଭିନେତ୍ରୀ ରଣବୀର କପୁରଙ୍କ ଫିଲ୍ମ ‘ୟେ ଜୱାନୀ ହେ ଦେୱାନୀର’ ବଲମ ପିଚକାରୀ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓ ସେୟାର କରି କରିସ୍ମା କ୍ୟାପସନ ଲେଖିଛନ୍ତି, ‘ENY ର ବନ୍ଧୁତା ପାଇଁ ଡ୍ୟାନ୍ସ
