ଓଡିଶା

ଏଣିକି ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ

(ଭୁବନେଶ୍ୱର) :  ଦୁବାଇ ପରେ ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ । ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ବିକଶିତ, ସିଙ୍ଗାପୁର ସହ ଓଡିଶାର ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ।

ସୂଚନାନୁଯାୟୀ , ସିଧାସଳଖ ବିମାନ ଚଳାଚଳ କରିବା ଦ୍ୱାରା ଓଡିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗ ବଢ଼ିବା ସହ ଜ୍ଞାନକୌଶଳର ଆଦାନ ପ୍ରଦାନ ହେବ, ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର । ଟିକେଟ ମୂଲ୍ୟ ଓ ସମୟ: ଉଭୟ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଯିବା ଓ ଆସିବା ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୫ ହଜାର ଟଙ୍କା ରଖାଯାଇଛି । ଭୁବନେଶ୍ୱରରୁ ସିଙ୍ଗାପୁର ଅଭିମୁଖେ ବିମାନ ସକାଳ ୬ଟା ୨୫ରୁ ଉଡାଣ ଆରମ୍ଭ କରିବ । ସିଙ୍ଗାପୁରରେ ଦିନ ୧ଟା ୫ମିନିଟରେ ବିମାନ ପହଞ୍ଚିବ । ସିଙ୍ଗାପୁରରୁ ବିମାନ ଦିନ ୨ଟା ୧୦ରୁ ବାହାରି ଅପରାହ୍ନ ୩ଟା ୫୦ ମିନିଟରେ ଭୁବନେଶ୍ବରର ପହଞ୍ଚିବ । ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଅପରାହ୍ନ ୪ଟା ୫୦ ମିନିଟରେ ବାହାରି ରାତି ୯ଟା ୧୦ରେ ବ୍ୟାଙ୍କକରେ ପହଞ୍ଚିବ । ବ୍ୟାଙ୍କକରୁ ବିମାନ ରାତି ୧୦ଟା ୧୦ ମିନିଟରେ ବାହାରି ରାତି ୧୧ଟା ୧୫ ମିନିଟରେ ଭୁବନେଶ୍ବରରେ ପହଞ୍ଚିବ  ବୋଲି ସୂଚନା ମିଳିଛି । ।

Related posts

+୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ମାର୍ଚ୍ଚ ୧ରୁ ଆରମ୍ଭ ହେବ ପାଠପଢ଼ା

mahabharatanews

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews

ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

mahabharatanews