(ମୁମ୍ବାଇ) :‘ସ୍କୁପ୍’ର ରିଲିଜ୍ ବନ୍ଦ ପାଇଁ ହାଇକୋର୍ଟରେ ଆବେଦନ କଲେ ଗ୍ୟାଙ୍ଗ୍ଷ୍ଟର୍ ଛୋଟା ରାଜନ୍ । ନେଟ୍ଫ୍ଲିକ୍ସ୍’ରେ ପ୍ରସାରିତ ହେବାକୁ ଥିବା ୱେବ୍ ସିରିଜ୍ ‘ସ୍କୁପ୍’ର ରିଲିଜ୍ ବନ୍ଦ କରାଇବା ଲାଗି ଛୋଟା ରାଜନ୍ ଗୁରୁବାର ଦିନ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।
ସୂଚନାନୁଯାୟୀ , ‘ଓଟିଟି’ ପ୍ଲାଟ୍ଫର୍ମ ‘ନେଟ୍ଫ୍ଲିକ୍ସ୍’ରେ ଆଜି ୱେବ୍ ସିରିଜ୍ ‘ସ୍କୁପ୍’ ରିଲିଜ୍ କରାଯିବା ପାଇଁ ଦିନ ନିର୍ଦ୍ଧାରଣ କରାଯାଇଥିଲା। ରାଜନ୍ ଏହି ସିରିଜ୍ର ପ୍ରଜଯୋକ ହଂସଲ୍ ମେହେଟ୍ଟାଙ୍କ ନାଁରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ରାଜନ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତା ହଂସଲ୍ ମେହେଟ୍ଟା ଏଥିରେ ତାଙ୍କ ଫଟୋ ଓ କଣ୍ଠସ୍ବର ବ୍ୟବହାର କରିଛନ୍ତି। ଏହି ‘ସିରିଜ୍’ର ଟ୍ରେଲର୍ ଦେଖିଥିବା ତାଙ୍କ ସ୍ତ୍ରୀଙ୍କଠାରୁ ଏ ସମ୍ପର୍କରେ ଅବଗତ ହୋଇଥିବା କଥା ମଧ୍ୟ ରାଜନ୍ କହିଛନ୍ତି।