ଓଡିଶା

ମିଳୁନି ପଶ୍ଚିମବଙ୍ଗର ୩୧ଜଣଙ୍କ ପତ୍ତା

(କୋଲକତା) : ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଟକ ଏସସିବିରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଏହା ପରେ ମମତା ପ୍ରତିକ୍ରିୟା ରଖି କହିଛନ୍ତି, ୩୧ ଜଣ ଏବେ ବି ନିଖୋଜ ଅଛନ୍ତି, ୧୦୩ ମୃତଦେହ ଚିହ୍ନଟ ହୋଇଛି। ୯୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୮୭ ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚିଛି ।

ସୂଚନାନୁଯାୟୀ ,ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଂଚିଛନ୍ତି  । ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ସ୍ଥାନୀୟ ସୂତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ଏଯାବତ୍ ୨୭୮  ଟପି ଯାଇଥିବା ଜଣାପଡ଼ିଛି।

Related posts

ଆକ୍ସନ ମୋଡରେ ସରକାର, ଶଙ୍ଖ ଭବନର ହେବ ତଦନ୍ତ

mahabharatanews

ରାଜ୍ୟକୁ ବିଳମ୍ୱରେ ପହଞ୍ଚିବ ମୌସୁମୀ !

mahabharatanews

ବର୍ଷାରେ ଭିଜିଲା ସାରା ଓଡିଶା,୧୩ ଜିଲ୍ଲାକୁ  ୟେଲୋୱାର୍ଣ୍ଣିଂ ଜାରି

mahabharatanews