ଭାରତ

ତାମିଲନାଡ଼ୁରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା, ବର୍ତିଲେ ଯାତ୍ରୀ

(ତାମିଲନାଡୁ) : ଦେଶରେ ଟ୍ରେନ ଦୁର୍ଘଟଣା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଟ୍ରେନ ଯାତ୍ରା  ପାଇଁ ଡରିଲେଣି ଯାତ୍ରୀ । ତେବେ ଏହାରି ମଧ୍ୟରେ ତାମିଲନାଡ଼ୁରେ ଆଜି ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳିଯାଇଛି। ସେଙ୍ଗୋତ୍ତାଇ ରେଳ କର୍ତ୍ତୃପକ୍ଷ ରବିବାର ଦିନ କୋଲ୍ଳମ -ଚେନ୍ନାଇ ଏଗମୋର ଏକ୍ସପ୍ରେସ କୋଚ୍‌ରେ ଏକ ଫାଟ ଚିହ୍ନଟ କରିବାପରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି କୋଚ୍‌ଟିକୁ କାଢ଼ି ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି ବୋଲି କୁହାଯାଉଛି।

ସୂଚନାନୁଯାୟୀ ,  ସେଙ୍ଗୋତ୍ତାଇ ନିକଟରେ କୋଲ୍ଲମ-ଚେନ୍ନାଇ ଏଗମୋର ଏକ୍ସପ୍ରେସର ଏସ୍‌୩ ବଗିରେ ଏହି ଫାଟ ଚିହ୍ନଟ କରାଯାଇଥିଲା। ଏହାପରେ ସେଙ୍ଗୋତ୍ତାଇ କର୍ତ୍ତୃପକ୍ଷ ଏହି ବଗିଟିକୁ କାଢ଼ିଦେଇଥିଲେ ଏବଂ ବଗିର ଲୋକମାନଙ୍କୁ ଅନ୍ୟ ଏକ ବଗିକୁ ପଠାଇ ଦେଇଥିଲେ। ଫଳରେ ଘଣ୍ଟା‌ଏ ବିଳମ୍ବରେ ‌ସେଙ୍ଗୋତ୍ତାଇରୁ ଟ୍ରେନ୍‌ ଛାଡ଼ିଥିଲା। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।

Related posts

ଅଳ୍ପକେ ବର୍ତ୍ତିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବ କୁମାର

mahabharatanews

ଫାଇନାଲ ଦେଖିବେ ପ୍ରଧାନମନ୍ତ୍ରୀଙ୍କ ସହ ଅମ୍ବାନୀ ଏବଂ ଆଦାନୀ

mahabharatanews

ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟିତ

mahabharatanews