ଓଡିଶା

ତୃତୀୟ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ଅସମ୍ଭବ ଭିଡ଼

(ଭୁବନେଶ୍ୱର) : ତୃତୀୟ ଦିନରେ  ଆରମ୍ଭ ହୋଇଛି ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ । ଏଥିପାଇଁ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଣୁ ଏଠାକୁ ଭକ୍ତମାନଙ୍କର ଶୃଙ୍ଖଳିତ ତଥା ନିରାପଦ ଯାତ୍ରାକୁ ନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ୱତନ୍ତ୍ର ‘ମୋ ବସ୍’ ଗଡୁଛି । ଯାତ୍ରୀଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି  ।

ସେପଟେ ଶ୍ରୀଜିଉଙ୍କ ଅଣସର ନୀତି ୧୫ ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ।

Related posts

ବାସନ ମାଜିବାକୁ ଯାଇ ନଦୀରେ ବୁଡିଗଲେ ମହିଳା

mahabharatanews

ବ୍ରିଜ ଉପରୁ ଖସିଲା ଘର ଉପରେ ପଡିଲା ଟ୍ରକ

mahabharatanews

ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ

mahabharatanews