(ବାହାନଗା) : ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଆକ୍ସନ ମୁଡ଼ ରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଣ ହରାଇଥିବା ମୃତକଙ୍କ ଶରୀରକୁ ରଖାଯାଇଥିବା ବାହାନଗା ହାଇସ୍କୁଲର ହେବ ପୁନଃ ନିର୍ମାଣ କେବଳ ସେତିକି ନୁହେଁ 5T ଉପକ୍ରମରେ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ନିର୍ମାଣ କରାଯିବ । ଏହି ସ୍କୁଲକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ ।
ସୂଚନାନୁଯାୟୀ , ବାହନଗା ରେଳ ଷ୍ଟେସନରେ ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ କିଛି ସମୟ ପାଇଁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ପରେ ମୃତଦେଗୁଡ଼ିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ପିଲାମାନେ ସ୍କୁଲ ଯିବାକୁ ଡରୁଥିବାରୁ ଅଭିଭାବକ ମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ସ୍କୁଲଘର ଭାଙ୍ଗି ଏହାର ପୁନଃନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।
