ଓଡିଶା

କମିଲା ସୁନା ଦର

(ଭୁବନେଶ୍ୱର): ବିବାହ ଋତୁ ପାଖେଇଆସୁଥିବା ବେଳେ ବୃଦ୍ଧି ପାଇବାରେ ଲାଗିଛି ସୁନା ଦରଦାମ  ।  ସୁନାର ଦାମ୍ ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ ବର୍ତ୍ତମାନ ସାମାନ୍ୟ କମିଛି ସୁନା ଦର । ଆଜି ଭୁବନେଶ୍ୱର ରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫,୬୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୫,୫୬୦ ଟଙ୍କା ହୋଇଛି ।

ସୂଚନାନୁଯାୟୀ, ଏହିକ୍ରମରେ କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୫,୫୬୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୪,୪୮୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୭୯.୭୦ ଟଙ୍କା ରହିଛି।

Related posts

ଭୁବନେଶ୍ୱରରୁ ୧୭ ଜଣ ନୂଆ ଆକ୍ରାନ୍ତ

mahabharatanews

ଭାରତରେ ବଢୁଛି କରୋନା ଚିନ୍ତା, ୧ ଲକ୍ଷ ୮୨ ହଜାର ୧୪୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୫ ହଜାର ୧୬୪ ମୃତ

mahabharatanews

ଡଙ୍ଗା ବୁଡିବା ଘଟଣା: ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକକୁ ଗିରଫ

mahabharatanews