ଓଡିଶା

ଅସହ୍ୟ ତାତି: ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା  ୪୫.୬ ଡିଗ୍ରୀ 

(ଭୁବନେଶ୍ୱର) : ଅସହ୍ୟ ଗୁଳୁଗୁଳି ଆଉ ତାତିରୁ ରକ୍ଷା ପାଇବା ପାଇଁ ଆଉଟୁ ପାଉଟୁ ହୋଇପଡୁଛନ୍ତି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଆଜି ପଶ୍ଚିମ ଓଡ଼ିଶାର ତାତି ସୀମା ଲଂଘିଥିବା ବେଳେ କିଛି କିଛି ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ଯାଏ ଅଧିକ ରହିଛି।

ସୂଚନାନୁଯାୟୀ , ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୫.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୫.୯ ଡିଗ୍ରି ଅଧିକ। ଏହା ହେଉଛି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା। ଏହା ପଛକୁ ରହିଛି ସମ୍ବଲପୁର। ଏଠାରେ ଦିନ ତାପମାତ୍ରା ରହିଥିଲା ୪୫.୨ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ୫.୧ ଡିଗ୍ରି ଅଧିକ। ଏଥିସହ ସୋନପୁରରେ ୪୪.୮ ଡିଗ୍ରି, ବୌଦ୍ଧରେ ୪୪.୬ ଡିଗ୍ରି ଓ ବଲାଙ୍ଗୀରେ ୪୪ ଡିଗ୍ରି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ମୋଟ୍‌ ୨୨ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା।

Related posts

ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର

mahabharatanews

ବଢୁଛି କରୋନା : ଦେଶରେ ଚତୁର୍ଥ ସ୍ଥାନରେ ଓଡିଶା

mahabharatanews

ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଆଇନମନ୍ତ୍ରୀ

mahabharatanews