ମନୋରଞ୍ଜନ

ଅଗ୍ରୀମ ବୁକିଂର ପ୍ରଥମ ଦିନରେ ୧.୭ କୋଟି ଆୟ କଲା ଫିଲ୍ମ ‘ଆଦିପୁରୁଷ’

(ମୁମ୍ବାଇ) : ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ ପୌରାଣିକ କାହାଣୀ ‘ଆଦିପୁରୁଷ’ । ଏହି ଫିଲ୍ମଟିର ପୋଷ୍ଟ୍‌ରରୁ ନେଇ ଟ୍ରେଲର୍‌ ପର୍ଯ୍ୟନ୍ତ ସବୁକୁ ନେଇ ଟ୍ରୋଲ୍ କରାଯାଉଥିଲେ ବି ରୋଜଗାର କ୍ଷେତ୍ରରେ ବହୁତ ଆଗରେ ରହିଛି । ଫିଲ୍ମଟି ରିଲିଜ୍‌ ହେବାକୁ ଦିନ ଥିବା ବେଳେ ଏହାର ଅଗୀମ ବା  ବୁକିଂ ଆରମ୍ଭ ହୋଇଗଲାଣି।

ସୂଚନାନୁଯାୟୀ ,ବିଭିନ୍ନ ବକ୍ସ ଅଫିସ୍‌ ଟ୍ରାକର୍ସ ଅନୁସାରେ ୧.୫ କୋଟିର ଏହି ଫିଲ୍ମଟି ଆଡଭାନ୍ସ ବୁକିଂର ପ୍ରଥମ ଦିନରେ ୧.୭ କୋଟି ଟଙ୍କା ଆୟ କରିଛି। ତେବେ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନଥିଲେ ବି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ସୁପରଷ୍ଟାର ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲୀ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ଦର୍ଶକ ଚାହିଁ ବସିଛନ୍ତି ।

Related posts

୭ଦିନରେ ୩୦୦ କୋଟି ରୋଜଗାର କଲା ‘ଗଦର-୨’

mahabharatanews

ଆସନ୍ତାକାଲି ପଡିବ ପରି -ରାଘବଙ୍କ ହାତଗଣ୍ଠି

mahabharatanews

ରିଲିଜ ହେଲା ଚଳଚ୍ଚିତ୍ର ‘Sam Bahadur’ର ଟିଜର

mahabharatanews