ଓଡିଶା

ବାହାନଗା ରେଳ ଦୁର୍ଘଟଣା ,ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ଶୋଭା

ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଂଚାୟତ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ନିମନ୍ତେ ଆଜି ହାଟ ମୁନିଗୁଡା ଶୈବପୀଠ ଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ୟ୍ୟନ୍ତ ପରିକ୍ରମା କରି ଏକ ଶୋକ ଶୋଭା ଅନୁଷ୍ଠିତ ହୋଇଯାଇଛି। ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ନିମନ୍ତେ ରାମ ମନ୍ଦିର ଠାରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଏହି କାର୍ୟ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶ୍ରୀ ସୁଦର୍ଶନ କୁସୁଲିଆ, ବାଦଲ ରଣା, ତ୍ରିପତି ପଣ୍ଡା, କେଶବ ଓଡକା,ରାମ ଦାସ, ଜଗନ୍ନାଥ ହିକକା, କମଳ ଲୋଚନ ହିକକା ସମେତ ଶହେରୁ ଉର୍ଦ୍ଧ୍ବ ବିଶ୍ଵ ହିନ୍ଦୁ ପରିଷଦର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Related posts

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

mahabharatanews

ଆରମ୍ଭ ହେଲା ଛେରା ପହଁରା 

mahabharatanews

କେନ୍ଦ୍ରୀୟ ପ୍ରକଳ୍ପକୁ ନିଜ ନାମ ଦେବାରେ ଓସ୍ତାଦ ନବୀନ ସରକାର

mahabharatanews