ଓଡିଶା

ଚାଲିଛି ଗୁପ୍ତ ସେବା, ଆଜି ଦଳମୂଳ ଖାଇବେ ଶ୍ରୀଜିଉ

(ପୁରୀ) :  ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପର ଠାରୁ ଜ୍ୱରରେ ଚିକିତ୍ସା ଚାଲିଛି ମହାପ୍ରଭୁଙ୍କୁ   ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା । ଫୁଲୁରି ତେଲ ଏବଂ ଓଷୋ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ଦଶମୂଳ ଲାଗି କରାଯିବ ।

 

ସୂଚନାନୁଯାୟୀ , ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ ।ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା । ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ ।

Related posts

ଜାରି ରହିଛି ପଶ୍ଚିମା ଝଡର ପ୍ରଭାବ, ସାରା ରାଜ୍ୟରେ ଘଡଘଡି ସହ ବର୍ଷା

mahabharatanews

କରୋନା ଆକ୍ରାନ୍ତଙ୍କୁ ନେଇ ଆସୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ

mahabharatanews

ଆଉ ୬ଜିଲ୍ଲାରେ ଲକ୍ଷ୍ମୀ ବସ୍

mahabharatanews