ଭାରତ

ଜୁଲାଇ ୧୨ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩

(ଦିଲ୍ଲୀ)  : ଆସନ୍ତା ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ। ଚନ୍ଦ୍ରଯାନ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରର ଲଞ୍ଚ୍‌ ପ୍ୟାଡ୍‌ରେ ପହଞ୍ଚି ସାରିଛି। ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଚାଲିଛି। ଯଦି ଯୋଜନା ମୁତାବକ ସବୁ କାର୍ଯ୍ୟ ଠିକ୍‌ଠାକ୍‌ ଚାଲେ ତେବେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ସଫଳ ଅବସ୍ଥାପିତ କରାଯିବ ବୋଲି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନ) ମୁଖ୍ୟ ଏସ୍‌ ସୋମନାଥ ଆଜି ଏହି ସୂଚନା ଦେଇଛନ୍ତି।

ଖବରନୁଯାୟୀ ,  କୋଟ୍ଟାୟମରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏସ ସୋମନାଥ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା‌ ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ। ସେହିପରି ଚନ୍ଦ୍ରଯାନ-୩ ଲଞ୍ଚ୍‌ କରିବାପାଇଁ ବ୍ୟବହାର ହେବାକୁ ଥିବା ରକେଟ୍‌ ଏଲଭିଏମ୍‌-୩ ର ମଧ୍ୟ ପ୍ରସ୍ତୁତି ଚାଲିଛି। ଚଳିତ ମାସ ଶେଷ ସୁଦ୍ଧା ସବୁ କାମ ଶେଷ ହେବାପରେ ପ୍ରଥମେ ବିଭିନ୍ନ ପ୍ରକାର ପରୀକ୍ଷା କରାଯିବ। ଯଦି ପରୀକ୍ଷା ସଫଳ ହୁଏ ତେବେ ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ମହାକାଶକୁ ଛଡ଼ାଯିବ।

Related posts

ପାକିସ୍ତାନରେ ଟମାଟୋ ଦର ୫ ଶହ ପିଆଜ ଦର ୪ ଶହ

mahabharatanews

ବଢ଼ିଲା ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା

mahabharatanews

ଆଜିଠୁ ବିଦେଶ ଗସ୍ତରେ ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

mahabharatanews