ଭାରତ

କୁନୋ ଉଦ୍ୟାନକୁ  ଫେରିଲା ପଳାଇଥିବା ଚିତା

(ମଧ୍ୟପ୍ରଦେଶ) : ଫେରି ଆସିଲା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ମାଈ ଚିତା ଆଶା ଖସି ପଳାଇଥିଲା। ଏହା ସର୍ବାଧିକ ଦୂର ୧୮୯ କିମି ପଳାଇ ଉତ୍ତରପ୍ରଦେଶ ପାଖ ଜଙ୍ଗଲରେ ବୁଲୁଥିଲା।  ନିଶା ଔଷଧଯୁକ୍ତ ଗୁଳି ମାରି ପୁଣି କୁନୋ ଜାତୀୟ ଉଦ୍ୟାନକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ସେ ଏବେ ସୁସ୍ଥ ଥିବା ସୋମବାର ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

 

 

ସୂଚନାନୁଯାୟୀ,  ଗତ ଏପ୍ରିଲ ୨ ତାରିଖରେ ଆଉ ଏକ ଚିତା ପବନ ମଧ୍ୟ ଫେରାର ହୋଇ ୧୦୦ କିମି ଉତ୍ତରପ୍ରଦେଶ ପାଖାପାଖି ଜଙ୍ଗଲକୁ ପଳାଇଥିଲା। ତାକୁ ଟ୍ରାଙ୍କ୍ବିଲାଇଜ୍ କରି ଜଙ୍ଗଲ କର୍ମଚାରୀମାନେ ଫେରାଇ ଆଣିଥିଲେ। ଏଥିପାଇଁ ପାଞ୍ଚଦିନ କାଳ ବନ କର୍ମଚାରୀମାନଙ୍କୁ ଲାଗିଥିବା ସୂଚନା ମିଳିଛି ।

Related posts

JN.1 ର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ

mahabharatanews

ବୃଦ୍ଧି ପାଇବ ପିଆଜ ଦର 

mahabharatanews

ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ 

mahabharatanews