ଭାରତ

ନାଇଜେରିଆରେ ଡଙ୍ଗା ବୁଡ଼ି ୧୦୩ ମୃତ

ନାଇଜେରିଆରେ ଡଙ୍ଗା ଦୁର୍ଘଟଣାରେ ୧୦୩ମୃତ୍ୟୁ । ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଉତ୍ତର ନାଇଜେରିଆରେ ଗୋଟାଏ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ପିଲାଙ୍କ ସମତେ ଅନ୍ୟୂନ ୧୦୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ,ରାଜଧାନୀ ଇଲୋରିନ୍‌ଠାରୁ ପ୍ରାୟ ୧୬୦ କିଲୋମିଟର ଦୂର କ୍ବାରା ପ୍ରଦେଶର ପାତେଗି ଜିଲ୍ଲା ଦେଇ ପ୍ରବାହିତ ନାଇଜର୍‌ ନଦୀରେ  କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବା ଉକ୍ତ ଡଙ୍ଗାଟି ସୋମବାର ପାହାନ୍ତା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାତି ପ୍ରାୟ ୩ଟା ବେଳେ ଡଙ୍ଗାଟି ଦୁର୍ଘଟଣାଗସ୍ତ ହୋଇଥିଲା। ସ୍ଥାନୀୟ ଗ୍ରାମବାସୀମାନେ ଧାଇଁ ଆସି ପ୍ରଥମେ ପ୍ରାୟ ୫୦ଜଣ ବ୍ୟକ୍ତିଙ୍କୁ ଉଧାର କରିଥିଲେ। ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ଖୁବ୍‌ ମନ୍ଥର ଓ କଷ୍ଟକର ଥିଲା।

Related posts

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews

କମିଲା ଫିଲ୍ମ ‘ଯବାନ’କ୍ରେଜ୍

mahabharatanews

ଉତ୍ତରପ୍ରଦେଶରେ ମାୟାବତୀଙ୍କ ବିଭାଜନ କାର୍ଡ

mahabharatanews