ଭାରତ

ବାତ୍ୟା ‘ବିପର୍ଯ୍ୟୟ’: ୩୭,୮୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

(ଗୁଜୁରାଟ) : ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇ ଉତ୍ତରଆଡ଼କୁ ଗତିଶୀଳ ହେଉଥିବା ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟା ବେଳେ ଗୁଜରାଟ ଉପୂକଳ ଅନ୍ତର୍ଗତ ଜଖୌ ବନ୍ଦରରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସୂଚନାନୁଯାୟୀ,  ଏହି ବାତ୍ୟାର ପ୍ରଭାବରେ ପୋରବନ୍ଦରରେ ପ୍ରବଳ ବର୍ଷା ହେଉଛି ଏବଂ ମୁମ୍ବାଇ ଉପକୂଳରେ ବି ଉଚ୍ଚ ଜୁଆର ଉଠୁଥିବା କଥା ଜଣାପଡିଛିସତର୍କତାମୂଳକ ପଦକ୍ଷେପ ସ୍ବରୂପ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ୮ଟି ଜିଲ୍ଲାରୁ ପ୍ରାୟ ୩୭,୮୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବତାସ ପ୍ରବାହରେ ଗୁଜରାଟ ରାଜ୍ୟର କଚ୍‌, ଦେବଭୂମି, ଦ୍ବାରକା, ପୋରବନ୍ଦର, ଜାମନଗର, ମୋର୍‌ବି, ଜୁନାଗଡ଼ ଓ ରାଜକୋଟ ଜିଲ୍ଲାରେ କଚ୍ଚାଘର ଭାଙ୍ଗିରୁଜି ଯିବା ସହିତ ବିଜୁଳି ଓ ଟେଲିଫୋନ୍‌ ଖୁଣ୍ଟ ଉପୁଡ଼ିଯିବାର ସମ୍ଭାବନା ରହିଛି।

Related posts

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

ଆଖି ବୁଜିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ

mahabharatanews

ସ୍ପେନର ବିମାନ ଦୁର୍ଘଟଣାଗ୍ରସ୍ତ

mahabharatanews