ଓଡିଶା

ଆଜିଠୁ ୩ ମାସ ଧରି ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

:  ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା ।  ଆଜି ଅର୍ଥାତ ଜୁନ୍୧୬ରୁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ମୌସୁମୀ ହେତୁ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ସାଧାରଣତଃ ବର୍ଷା ସମୟରେ ଶିମିଳିପାଳ ଜଙ୍ଗଲ ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବାର ସମ୍ଭାବନା ରହିଥାଏ। ଜଙ୍ଗଲ ଭିତରେ ସଂକୀର୍ଣ୍ଣ ରାସ୍ତା ବି ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ ସବୁବର୍ଷ ଭଳି ଏଥର ମଧ୍ୟ ଏଭଳି କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ତେବେ ଏହି ବନ୍ଦ ଅବଧି ସମୟରେ ଜାମୁଆଣି, ଗୁଡଗୁଡ଼ିଆ, କୁମାରୀ ଓ ରାମତୀର୍ଥ ଇକୋ ଟୁରିଜିମ୍ କମ୍ପ୍ଲେକ୍ସଗୁଡିକ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ଭ୍ରମଣ ନିମନ୍ତେ ଖୋଲାରହିବ ବୋଲି ସ୍ୱଷ୍ଟ ହୋଇଛି ।

Related posts

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

ହିଜିଂଳିକାଟୁ ବ୍ଲକ ଗସ୍ତରେ କୃଷି ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ

mahabharatanews

“ସମର୍ଥ” ଓ ସାଇଟ୍ ସେଭର୍ସ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ବିଶ୍ଵ ବ୍ରେଲି ଦିବସ ପାଳନ…

mahabharatanews