ଓଡିଶା

ଦିଲ୍ଲୀଗସ୍ତରୁ ଫେରି ସରକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ

ତିନି ଦିନିଆ ବ୍ୟସ୍ତବହୁଳ ଦିଲ୍ଲୀଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ରାତିରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ। ଶନିବାର ଦିଲ୍ଲୀରେ ଭାରତ ଆନ୍ତର୍ଜାତୀକ ବାଣିଜ୍ୟ ମେଳାରେ ଯୋଗଦେବା ସହିତ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଆଜି ସକାଳ ୭ଟା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାହାରି ବିନା ବିଶ୍ରାମରେ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟ କରିଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲାରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଛବି।

ଓଡିଶା ପାଇଁ ଏବଂ ଓଡିଶା ବାସୀଙ୍କ ପାଇଁ ଦିନରାତି ଏକ କରି ମୁଖ୍ୟମନ୍ତ୍ରୀ  କଠିନ ପରିଶ୍ରମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଲୋକଙ୍କ ସେବା କରିବା ପାଇଁ ଏବଂ ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମକୁ ଆହୁରି ପରିଶ୍ରମ କରିବାକୁ ପଡିବ।

Related posts

ଜାମିନ ନାମଞ୍ଜୁର: ୭ ତାରିଖ ଯାଏ ବିଚାରବିଭାଗୀୟ ହେପାଜତ ରହିବେ ଦେବଗଡ ବିଧାୟକ

mahabharatanews

ଆକାଶଙ୍କ ଜାମିନ୍‌ ମାମଲାର ଶୁଣାଣି , ରାୟ ସଂରକ୍ଷିତ ଥିବା ସୂଚନା

mahabharatanews

ଟ୍ରକ ଧକ୍କାରେ ଜଳିଗଲା ଟ୍ୟାଙ୍କର

mahabharatanews