ଖେଳ

ଭାରତୀୟ ଫୁଟବଲ ଟିମ ବାଲେଶ୍ୱର ଟ୍ରେନ ପୀଢିତଙ୍କୁ ୨୦ ଲକ୍ଷ ଦାନ କଲେ

ଭୁବନେଶ୍ୱର:ଗତ କାଲି ଭାରତୀୟ ଫୁଟବଲ ଟିମ୍ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଟାଇଟଲ ହାସଲ କରିଛି । ଲେବନାନକୁ ୨-୦ରେ ହରାଇଛି ଭାରତ । ତେବେ ଟିମ୍ ଐତିହାସିକ ବିଜୟ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ଭାରତୀୟ ଫୁଟବଲ ଟିମ୍ ଏହି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି ।
ଭାରତୀୟ ଫୁଟବଲ ଟିମ ତରଫରୁ କହିଛନ୍ତି । ଆମେ ସାମୂହିକ ଭାବେ ନିଷ୍ପତ୍ତି ନେଇଛୁ କି, ଏହି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ପୀଡିତଙ୍କୁ ପ୍ରଦାନ କରିବୁ । ଆମେ ଜାଣିଛୁ, ଲୋକଙ୍କର କେତେ କ୍ଷତି ହୋଇଛି । ଏହାର କ୍ଷତି କେହି ବି ପୂରଣ କରିପାରିବେ ନାହଁ । କିନ୍ତୁ ଆମେ ଭରସା ରଖିଛୁ, ଏମାନଙ୍କ ପରିବାର କଠିନ ସମୟରେ ଗତି କରୁଛି । ତେଣୁ ସେମାନଙ୍କୁ ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଏକ ଛୋଟ ପ୍ରୟାସ କରିଛୁ ।ତେବେ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ କଲ୍ୟାଣ ଚୌବେ କହିଛନ୍ତି, ଟୁର୍ଣ୍ଣାମେଣ୍ଟକୁ ସଫଳ ଭାବେ ଆୟୋଜନ କରିଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ।

Related posts

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

mahabharatanews

ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା ପ୍ରଥମ ମହିଳା ଚାମ୍ପିଅନ୍ ଓଡ଼ିଶାର ଅଞ୍ଜଳି ମୁଣ୍ଡା

mahabharatanews

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର

mahabharatanews