ଓଡିଶା

ହାତୀ ଆକ୍ରମଣରେ ୨ ମୃତ 

(ସମ୍ବଲପୁର) : ହାତୀ ଚକଟାରେ ୨ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଯୁଯୁମୁରା ବ୍ଲକର ଦୁଇଟି ପୃଥକ ସ୍ଥାନରେ ହାତୀ ୨ ଜଣଙ୍କୁ ଦଳି ମାରିଦେଇଥିବାର ସୂଚନା ମିଳିଛି। ତେବେ ବାହାରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ଚାରମାଳ ବୁଢ଼ିଖମାର ଗାଁରେ ଆମ୍ବ ଗୋଟାଉଥିବା ବେଳେ ଜଣେ ବୃଦ୍ଧ ଦନ୍ତା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।

 

 ସୂଚନାନୁଯାୟୀ, ମୃତକ ଜଣକ ହେଲେ ଗୋପାଳ ପ୍ରଧାନ। ସେ ରାତିରେ ଢାବା ସମ୍ମୁଖରେ ଶୋଇଥିଲେ। ତେବେ ରାତିରେ ହାତୀ ଆସି ଦଳି ଦେଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଣେ ହାତୀ ଆକ୍ରମଣରେ ଭଳିଆକଟା ପଞ୍ଚାୟତ ବୁଢ଼ିଖମାର ଗାଁର ଜଣେ ବୃଦ୍ଧଙ୍କ ମୃତୁ ଘଟିଛି।

Related posts

୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

mahabharatanews

ହୋଟେଲରୁ ସେକ୍ସ ରାକେଟ ଠାବ

mahabharatanews

ଚୋର ପାଇଁ ପୁଲିସ ସହ ବିଚାରପତି ସଙ୍ଗରୋଧ

mahabharatanews