ଓଡିଶା

ସରିଲା ରଥ ଟଣା

(ପୁରୀ) :  ସରିଲା ରଥ ଟଣା । ଶରଧ ବାଲିରେ ଲାଗିଲା ତିନି ରଥ । ତିନି ରଥ ଶରଧାବାଲିରେ ଲାଗିବା ପରେ ଲକ୍ଷ ଲକ୍ଷ ଭକ୍ତ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ କରୁଛନ୍ତି । ଆଜି ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ।

ସୂଚନାନୁଯାୟୀ ,  ସନ୍ଧ୍ୟା ସୁଦ୍ଧା ବଡ଼ ଭାଇ ବଲଭଦ୍ରଙ୍କ ରଥ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଥିଲା । କିନ୍ତୁ ଅଧା ବାଟରେ ରହି ଯାଇଥିଲେ ଭଉଣୀ ସୁଭଦ୍ରା ଓ ସାନଭାଇ ଜଗନ୍ନାଥ । ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଛି । ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି ।

Related posts

ଧାର୍ମିକ, ରାଜନୈତିକ ଓ ବାଣିଜ୍ୟିକ ସମାବେଶକୁ ବାରଣ

mahabharatanews

କଟକ ଏସ୍ପିଙ୍କୁ ଓଏଚ୍ଆସିଙ୍କ ରିପୋର୍ଟ ତଲବ

mahabharatanews

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews