ଭାରତ

ଥମୁନି ମଣିପୁର ହିଂସା : ଉଗ୍ରପନ୍ଥୀ ସଂଗଠନର ୪ ସଦସ୍ୟ ଗିରଫ

(ମଣିପୁର) : ଦିନକୁ ଦିନ ହିଂସାଗ୍ରସ୍ତ ହୋଇପଡୁଛି  । ମଣିପୁରରେ ବି‌ସ୍ଫୋରକ ସ୍ଥିତି ଲାଗି ରହିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୟୁଏନ୍‌ଏଲ୍‌ଏଫ୍‌ର ୪ ଜଣ ସଦସ୍ୟଙ୍କୁ ଆଜି ଗିରଫ କରାଯାଇଛି ।ସେମାନଙ୍କଠାରୁ ଅନେକ ମୋର୍ଟାର ଓ ବୋମା ଜବତ କରାଯାଇଛି । ରାଜ୍ୟରେ ମାସକ ତଳୁ କୁକି ଏବଂ ମୈତେୟୀ ସଂପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିବା ବେଳେ ଏବେ ବି ଏହା ବଳବତ୍ତର ରହିଛି ଏବଂ ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି।

 

ସୂଚନାନୁଯାୟୀ ,ମୈତେଇ ସଂପ୍ରଦାୟକୁ ଅନୁସୂଚିତ ଜନଜାତିରେ ସାମିଲ କରାଯିବାକୁ ବିରୋଧ କରି ହୋଇଥିବା ଆଦିବାସୀ ଏକତା ମୋର୍ଚ୍ଚାର ରୢାଲିରେ ପ୍ରଥମେ ହିଂସା ଆରମ୍ଭ ହୋଇଥିଲା। ମଣିପୁର ଜନସଂଖ୍ୟାର ୫୩ ପ୍ରତିଶତ ମୈତେୟୀ ସଂପ୍ରଦାୟର ହୋଇଥିବା ବେଳେ ୪୦ ପ୍ରତିଶତ କୁକି ସଂପ୍ରଦାୟର। ସାଧାରଣ ଜନତା ଓ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

Related posts

କୃଷକ ଆନ୍ଦୋଳନ ୨.୦ : ୧୫ ଅଗଷ୍ଟରେ ସାରା ଭାରତରେ ଟ୍ରାକ୍ଟର ରାଲି

mahabharatanews

ଆସନ୍ତାକାଲି ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ 

mahabharatanews

ଦୁର୍ଘଟଣାର ଶିକାର ହେଲେ ମମତା ବାନାର୍ଜୀ

mahabharatanews