ମନୋରଞ୍ଜନ

ସୌରିନ ଭଟ୍ଟଙ୍କ ଘରେ ଚଢ଼ଉ କଲା କୋଲକତା ଓ କଟକ ପୋଲିସ

 (କୋଲକତା) : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଘରେ ଚଢ଼ାଉ । କୋଲକାତାସ୍ଥିତ ଘରେ କମିସନରେଟ୍ ପୁଲିସ ବୁଧବାର ଦିନ ରାତିରେ ଚଢ଼ଉ କରିଛି। ଜଣେ ମହିଳା ଏସ୍‌ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ବୁଧବାର ସକାଳେ କଟକ ପୋଲିସ ଟିମ୍ ଟ୍ରେନ୍ ଯୋଗେ କଲିକତା ଯାଇଥିଲେ। ଏହି ଟିମ୍ କୋଲକାତା ପୋଲିସ ସହିତ ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ମିଳିତ ଭାବେ ପୁଲିସ ଟିମ୍ ସୌରିନଙ୍କ ଘରେ ଚଢ଼ଉ କରିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ , ଜଗତପୁର ସାଇବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ସୌରିନୀଙ୍କୁ ହାଜର ହେବାପାଇଁ କୁହାଯାଇଥିବା ବେଳେ ସେ ନ ଆସିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଛି।  ୧୨ ତାରିଖରେ ସମ୍ପୃକ୍ତ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ। ସେବେଠାରୁ ସୌରିନଙ୍କ ପତ୍ତା ମିଳୁନାହିଁ।

Related posts

ଅନଶନ ଭାଙ୍ଗିଲେ ସନ୍‌ଲିସା, ୨୮ରେ ବୈଠକ

mahabharatanews

ଦହାଡ଼୍ ପାଇଁ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା 

mahabharatanews

ରିଲିଜ ହେଲା ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର’ର ଟ୍ରେଲର

mahabharatanews