ଓଡିଶା

ରୁପା ଛାଉଣୀ ପାଇଁ ଶ୍ରୀମନ୍ଦିରକୁ ଆସିଲା ରୁପା ଚାଦର

(ପୁରୀ) :  ଶ୍ରୀମନ୍ଦିର ସିଂହଦ୍ବାର ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା ଚାଦର, ରୁପା ଫ୍ରେମ୍‌ ଆଜି ପହଞ୍ଚିଛି। ତେବେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡୀ କରାଯାଇଛି । ସିଂହଦ୍ବାର ପାଇଁ ନିର୍ମାଣ ଚାଲିଥିବା କବାଟ ଲାଗିବା ପରେ ଏହା ଉପରେ ରୁପା ଦ୍ବାର ଫ୍ରେମ୍‌ ସହ ଚାଦର ଲଗାଯିବ।

ସୂଚନାନୁଯାୟୀ , ସିଂହଦ୍ବାର କବାଟର ସ୍ଥିତାବସ୍ଥା ଯାଞ୍ଚ ପରେ ବର୍ମା ଟିକ୍‌ରେ ନୂଆ କବାଟ ତିଆରି ପାଇଁ ନିଷ୍ପତ୍ତି ହୋଇଥିଲା। ସିଂହଦ୍ବାରରେ ଲାଗିବାକୁ ଥିବା ରୁପାର ଓଜନ ୫ରୁ ୬ଶହ କେଜି ହେବ ବୋଲି କାରିଗର କହିଛନ୍ତି। ମୁମ୍ବାଇର ଜଣେ ଦାତା ଏହି ରୁପା ଦାନସୂତ୍ରରେ ଦେଇଛନ୍ତି। ଏବେ ସିଂହଦ୍ବାରରେ ଦୁଇଟି ସିଂହମୂର୍ତ୍ତି ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ରହିଛି। ଏବେ କାଠ ଦ୍ବାର ଉପରେ ପିତ୍ତଳରେ ଏହି କାରୁକାର୍ଯ୍ୟ କରାଯାଇଛି।

Related posts

ଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

mahabharatanews

ଅବସରପ୍ରାପ୍ତ ପୋଲିସ ଅଫିସରସ୍ କଲ୍ୟାଣ ଆସୋସିଏସନ ତରଫରୁ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

mahabharatanews

ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବନ୍ଦ 

mahabharatanews