ଓଡିଶା

ଫିଲ୍ମ ‘ଆଦି ପୁରୁଷ’କୁ ​ଲିଗାଲ୍ ନୋଟିସ୍‌

(ମୁମ୍ବାଇ) :  ଦିନକୁ ଦିନ ବିରୋଧ ବଢ଼ିବାରେ ଲାଗିଛି ଫିଲ୍ମ ଆଦିପୁରୁଷକୁ ନେଇ ।ଏହାରି ମଧ୍ୟରେ ଫିଲ୍ମ ‘ଆଦି ପୁରୁଷକୁ ନେଇ କେନ୍ଦ୍ରୀୟ ଫିଲ୍ମ ସେନସର୍‌ ବୋର୍ଡ ଅଧ୍ୟକ୍ଷଙ୍କୁ ଲିଗାଲ ନୋଟିସ୍‌ ଦେଇଛନ୍ତି ଓଡ଼ିଶା ହାଇକୋର୍ଟର ଆଇନଜୀବୀ। ଚିଠି ଓ ଲିଗାଲ୍ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ଯେ ଫିଲ୍ମ ହଲ୍‌କୁ ଆସିବା ପୂର୍ବରୁ ସେନସର୍ ବୋର୍ଡ ଫିଲ୍ମର ବିଷୟବସ୍ତୁ ଇତ୍ୟାଦିକୁ ଭଲ ଭାବେ ଯାଞ୍ଚ କରିବାର ଆବଶ୍ୟକତା ଥିଲା।  ଏ ସଂକ୍ରାନ୍ତରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଚିଠି ଲେଖିଛନ୍ତି। ଲୋକଙ୍କ ଭାବାବେଗ, ସମାଜର ବାସ୍ତବିକ ସ୍ଥିତି ଇତ୍ୟାଦିକୁ ନଜରରେ ରଖି ଫିଲ୍ମକୁ ଅନୁମତି ମିଳିବା କଥା।

 

 

ସୂଚନାନୁଯାୟୀ , ସେଭଳି କରାଯାଇ ନଥିବା ଯୋଗୁଁ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଜାରି କରାଯାଇଛି ଏବଂ ଏହାକୁ ନେଇ ବିବାଦ ବି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆଗକୁ ମୁକ୍ତିଲାଭ ଅପେକ୍ଷାରେ ଥିବା ରାମାୟଣ ମହାଭାରତ ଫିଲ୍ମକୁ ସେନସର୍ ବୋର୍ଡ ଭଲଭାବେ ଯାଞ୍ଚ କରି ଅନୁମତି ଦେଉ ବୋଲି ଆଇନଜୀବୀ ଉଲ୍ଲେଖ କରିଛନ୍ତି।

Related posts

ଏନଏଚସିକୁ ଗଲା ଅମ୍ଫାନ ବାତ୍ୟା ଶିଶୁ ମୃତ୍ୟୁ ଘଟଣା

mahabharatanews

ରାଜ୍ୟରେ ୫ ଜିଲ୍ଲାରୁ ୮ କରୋନା ପଜିଟିଭ ; ଜଣେ ୧୮ ବର୍ଷରୁ କମ୍

mahabharatanews

ଅଗ୍ନିକାଣ୍ଡ ବିପନ୍ନ ପରିବାରଙ୍କୁ ପ୍ରଦିପ ମହାରଥିଙ୍କ ସହାୟତା

mahabharatanews