ଓଡିଶା

ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା :ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା  

(ଭୁବନେଶ୍ୱର) :   ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଏପରିକି ସ୍ୱାଭାବିକ ବର୍ଷା ଠାରୁ ଅଧିକ ପ୍ରତିଶତର ହେଲାଣି ବର୍ଷା । ହେଲେ ଏ ବର୍ଷାର ପରିମାଣ ଏବେ କମିବନି । ଆହୁରି ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ  ଏପରିକି ଆଗାମୀ ୨୪ ଘଣ୍ଟା  ପାଇଁ ୧୧  ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ ,ନୂଆପଡା ବଲାଙ୍ଗୀର , ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଦିଗପହଣ୍ଡି ଦୁର୍ଘଟଣା ପଛର ଚାଞ୍ଚଲ୍ୟକର ତଥ୍ୟ: ୨୫ ବର୍ଷର ଦଦରା ବସ୍‌, ନଥିଲା ପରମିଟ୍ ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Related posts

ଧାମନଗରରେ ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେପି

mahabharatanews

ଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗ

mahabharatanews

ଆଜି ପୋଢୁଆଁ ହେବେ ମହାପ୍ରଭୁ 

mahabharatanews