ଭାରତ

ହିମାଚଳ ପ୍ରଦେଶରେ ଭୂସ୍ଖଳନ,ଫସିଲେ ଶହ ଶହ ଯାତ୍ରୀ

(ହିମାଚଳ ପ୍ରଦେଶ):  ପ୍ରବଳ ବର୍ଷା ପାଇଁ ହିମାଚଳ ପ୍ରଦେଶରେ ହେଲା ଭୂସ୍ଖଳନ। ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ହୋଇଥିବା ଜଣାପଡ଼ିଛି।ଏହି ସମୟରେ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଥିବାର ଜଣାଯାଇଛି।

ସୂଚନାନୁଯାୟୀ ,  ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅଟ ନିକଟରେ ୨୦୦ରୁ ଅଧିକ ଲୋକ ଅଟକି ରହିଛନ୍ତି।  ଏ ମଧ୍ୟରେ ମଣ୍ଡି ପ୍ରଶାସନ ଅଧିକାରୀ କହିଛନ୍ତି ଯେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ରାସ୍ତାକୁ ଅବରୋଧ କରିଥିବା ବଡ଼ ବଡ଼ ପଥରକୁ ବିସ୍ଫୋରଣ କରି ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

Related posts

ନାଇଜେରିଆରେ ଡଙ୍ଗା ବୁଡ଼ି ୧୦୩ ମୃତ

mahabharatanews

ସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।

mahabharatanews

‘ଅଭ୍ୟାସ’ର ଆକାଶମାର୍ଗ ସଫଳ ପରୀକ୍ଷଣ

mahabharatanews