ଭାରତ

 ୫ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

(ଭୋପାଲ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଭୋପାଳରେ ରାଣୀ କମଳାପତି ରେଳ ଷ୍ଟେସନ୍‌ରେ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି।  ଏନେଇ  ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ‌‌ଟ୍ରେନ୍‌ ଗୁଡ଼ିକ ଦେଶରେ ଅର୍ଥନୀତିକୁ ସୁଦୃଢ଼ କରିବ।

ସୂଚନାନୁଯାୟୀ ,  ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକ ହେଉଛି ଭୋପାଳ (ରାଣୀ କମଳାପତି- ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ୍‌, ଭୋପାଳ (ରାଣି କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧାରୱଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଦଗାଓଁ) -ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌।

 

Related posts

ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ଭାରତ 

mahabharatanews

ହେଲିକପ୍ଟର କ୍ରାଶ, ଅଳ୍ପକେ ବର୍ତ୍ତିଲେ ସୁଷମା ଅନ୍ଧାରେ

mahabharatanews

ଅଲଗା ହେଲା ଚନ୍ଦ୍ରଯାନ-୩  ଲ୍ୟାଣ୍ତର ବିକ୍ରମ

mahabharatanews