ଓଡିଶା

ବାହାନଗା ଷ୍ଟେସନ୍‌ରେ ସ୍ବାଭାବିକ ସ୍ଥିତି , ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

(ବାହାନଗା) :  ବାହାନଗା ରେଳ ଦୁର୍ଘଟଣା କିଛିଦିନ ବିତି ଯାଇଥିଲେ ମଧ୍ୟ ମନରୁ ଲିଭୁନି ସେଇ କରାଳ ରାତିର ଦୃଶ୍ୟ । ତେବେ ଏହାରି ମଧ୍ୟରେ ପରେ ଗତକାଲିଠାରୁ ବାହାନଗା ଷ୍ଟେସନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଥିବା ବେଳେ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି।

ସୂଚନାନୁଯାୟୀ , ଆଜି ୪ଟି ଟ୍ରେନ୍‌ ଷ୍ଟେସନ୍‌ରେ ରହିଥିବା ​ବେଳେ ମୋଟ ୧୧୮୮ ଟଙ୍କାର ଟିକେଟ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି।  ଚଳିତ ମାସ ୨ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ରେଳଷ୍ଟେସନ୍‌ରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

Related posts

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

mahabharatanews

ମାଲକାନଗିରିରେ ବନ୍ଦ ପାଳନ 

mahabharatanews

ବାରହା ଫାଶରେ ହାତୀ ମୃତ

mahabharatanews