ଓଡିଶାଶିକ୍ଷା

ବଡ ପଦବୀରେ କିସ ଛାତ୍ର

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ଲାଗି କିଟ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶରେ ପ୍ରତିଷ୍ଠା ଲାଭ କରିଛି। ଏଠାରେ ଛାତ୍ରଛାତ୍ରୀଙ୍କୁ କେଜି ଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇଥାଏ। ଏଠାରେ ମେଡିକାଲ କଲେଜ, ଇଞ୍ଜିନିୟରିଂ ସ୍କୁଲ, କଲେଜ, ଆଇନ କଲେଜ ପ୍ରଭୃତି ରହିଛି। ଏଠାରେ ବିଭିନ୍ନ ବିଭାଗରେ ୩୪ଟି ସ୍ନାତକ, ୩୨ଟି ସ୍ନାତକତ୍ତୋର, ୧୦ଟି ଇଣ୍ଟରମିଡିଏଟ, ୧୧ଟି ପିଏଚଡି କୋର୍ସ ରହିଛି। କିଟ ବିଶ୍ୱବିଦ୍ୟାଳୟ ୧୯୯୨ରେ ପ୍ରତିଷ୍ଠା ହୋଇଥିଲା। ଏଠାରୁ ଶିକ୍ଷା ଲାଭ କରି ପିଲାମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କିସର ଛାତ୍ର ମନୋଜ ମାଡକାମୀ କାନାଡାର ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇବାର ସୁଯୋଗ ପାଇଛନ୍ତି। ଏଥିପାଇଁ କିଟ ଓ କିସ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଶ୍ରୀ ମାଡକାମୀ ପ୍ରଥମେ ମାଲକାନାଗିରି ଜିଲ୍ଲା ପଦ୍ମଗିରି ହାଇସ୍କୁଲରୁ ୨୦୧୪ରେ ମାଟ୍ରିକ ପାସ କରିଥିଲେ। କିସରୁ ୨୦୧୬ରେ ଯୁକ୍ତ ଦୁଇ ବାଣିଜ୍ୟ ଶେଷ କରିଥିଲେ। ୨୦୧୯ରେ କିଟ ବିଶ୍ୱ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ପାସ କରିଥିଲେ। ଶେଷରେ କିଟ ସ୍କୁଲ ଅଫ ମ୍ୟାନେଜ ମେଣ୍ଟରୁ ୨୦୨୧ରେ ଏମବିଏ ଶେଷ କରିଥିଲେ। ଶେଷରେ କାନାଡାର ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଥିବା ଜଣାପଡିଛି।

Related posts

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

mahabharatanews

ରଥଯାତ୍ରା : ଆଉ ମାତ୍ର ୩୧ଦିନ 

mahabharatanews

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews