ଓଡିଶା

ଆଜି ଅଭିମାନିନୀ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନେଇବେ ମହାପ୍ରଭୁ

(ପୁରୀ) : ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ତିଥିରେ ପ୍ରତିବର୍ଷ ରସଗୋଲା ଦେଇ ମାଲକ୍ଷ୍ମୀଙ୍କୁ ମନାଇଥାନ୍ତି  । ଶ୍ରାଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଅବସରରେ କାହିଁ କେତେ କାଳରୁ ରସଗୋଲା ଭୋଗ ଲାଗି ହୋଇଆସୁଛି ।

ପୌରାଣିକ ତଥ୍ୟ ଅନୁଯାୟୀ , ବିଶ୍ୱାସ ରହିଛି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ରଥାଯାତ୍ରାରେ ମା’ଲକ୍ଷ୍ମୀଙ୍କୁ ନଇଥିବାରୁ ବଡଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି ମା’ଲକ୍ଷ୍ମୀ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ମନ୍ଦିର ଭିତରକୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ପାଇଁ ବାଟ ବନ୍ଦ କରିଦେଇଥାନ୍ତି ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ଭିତରକୁ ପ୍ରବେଶ ମିଳିବଥାଏ ।

Related posts

ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇ

mahabharatanews

ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ

mahabharatanews

ପାଟଣାରେ ଫୁଟିଲା ବିରଳ ବ୍ରହ୍ମକମଳ

mahabharatanews