ଓଡିଶା

ଆଂଶିକ କମିଲା ହୀରାକୁଦର ଜଳସ୍ତର

(ହୀରାକୁଦ) : କମିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ରବିବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୬.୪୫ ଫୁଟ୍‌କୁ ଖସିଛି। ଜଳଭଣ୍ଡାରକୁ ୬୦,୭୧୭ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୬୭,୫୨୧ କ୍ୟୁସେକ୍ ନିଷ୍କାସିତ ହେଉଛି। ସେଥିରୁ ୨ଟି ଗେଟ୍ ଦେଇ ୨୯,୧୪୨ କ୍ୟୁସେକ୍‌ ଓ ପାୱାର ଚାନେଲ ଦେଇ ୩୫,୨୧୨ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି।

ସୂଚନାନୁଯାୟୀ , ଜଳସେଚନ ନିମନ୍ତେ ବରଗଡ଼ କେନାଲରେ ୨୩୭୫ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲରେ ୪୫୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଛି । ଅତି ପ୍ରବଳ ବର୍ଷା ସମ୍ଭାବନା ବନ୍ୟା ଜଳ ଛଡ଼ାଯିବା ନେଇ ୧୪ଟି ଜିଲ୍ଲାର ଜନସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି । ଅଚାନକ ବନ୍ୟାଜଳ ଛାଡ଼ିବା ଫଳରେ ଲୋକଙ୍କର ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ଡ୍ୟାମ କର୍ତ୍ତୃପକ୍ଷ ସତର୍କ କରିଛନ୍ତି ।

Related posts

କାଳ ହେଉଛି ଅଲିଭା କାଳୀ, ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍କିନ୍ ଡିଜିଜ

mahabharatanews

କୋରୋନା ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

mahabharatanews

 ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା 

mahabharatanews