ଓଡିଶାଦୁର୍ଘଟଣା

ଦୁଇ ଟ୍ରକ ମଝିରେ ଚାଲିଗଲା ସ୍ୱାମୀ-ସ୍ତ୍ରୀ ଙ୍କ ଜୀବନ

ଅନୁଗୋଳ/ ସୁଧାକର ସାହୁ: ସଡକ ଦୁର୍ଘଟଣା ନେଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅନୁଗୋଳ ଜାତୀୟ ରାଜପଥ ୫୫ରେ ପୁଣି ଘଟିଛି ଏକ ଦୁର୍ଘଟଣା । ଯେଉଁଥିରେ ଚାଲିଯାଛି ଦମ୍ପତିଙ୍କ ଜୀବନ । ଦୁଇ ଟ୍ରକ ମଝିରେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକ ମୋଟରସାଇକେଲରେ ଅନୁଗୋଳ ପଟରୁ ବଡକେରା ଆଡକୁ ଯାଉଥିଲେ । ତାଙ୍କ ଆଗରେ ଏକ ଟ୍ରକ ଥିବା ବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡେଇ ହୋଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ମୃତକ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ତାଙ୍କ ସ୍ତ୍ରୀ ମମତା ବେହେରା ବୋଲି ଜଣା ପଡିଛି ।

Related posts

ନକ ପରେ ଆରମ୍ଭ ହେବ ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ୍‌-୩

mahabharatanews

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

mahabharatanews

ବିଜେପି ଛାଡିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

mahabharatanews