ଭାରତ

ଦିଲ୍ଲୀ ଏୟାରପୋର୍ଟରେ ଜୀବନ୍ତ ଗୁଳି ଓ ବନ୍ଧୁକ ସହ ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୨ଟି ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ଏହି ମହିଳାଙ୍କ ନାମ ଯଶୀ ସିଂହ ବୋଲି ପୋଲିସ ସୂଚନା ଦେଇଛି ।

ଖବର ମୁତାବକ, ଅକାସା ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏହି ମହିଳାଙ୍କ ନିକଟରୁ ୨୨ଟି ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରିବା ସହିତ ମହିଳାଙ୍କୁ ଗିରଫ କରିଛି ପୋଲିସ । ମହିଳାଙ୍କ ପାଖରେ ବନ୍ଧୁକ ରଖିବା ଲାଗି କୌଣସି ଆବଶ୍ୟକୀୟ କାଗଜପତ୍ର ନଥିଲା । ରବିବାର ପୋଲିସ ମହିଳାଙ୍କୁ ଗିରଫ କରିବା ସହିତ ମାମଲାର ଯାଞ୍ଚ କରୁଛି । ତେବେ ଆଇଜିଆଇ ଏୟାରପୋର୍ଟ ଥାନାରେ ଧାରା ୨୫ ଅସ୍ତ୍ରଶସ୍ତ୍ର ଅଧିନିୟମ ଆଧାରରେ ମାମଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଏହି ଏୟାରପୋର୍ଟରେ ୬ଟି ବନ୍ଧୁକ ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ଚଳିତ ବର୍ଷ ଏହି ଏୟାରପୋର୍ଟରୁ ୧୨୫ଟି ବନ୍ଧୁକ ଜବତ ହୋଇସାରିଲାଣି ।

Related posts

 ଅଜିତ ପାୱରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

mahabharatanews

ଫିଲ୍ମ ‘ଆଦିପୁରୁଷ’ ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ

mahabharatanews

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ ପଠାଇଲା ସିବିଆଇ

mahabharatanews