ଭାରତ

ମଣିପୁର ହିଂସା: କର୍ଫ୍ୟୁ ହେଲା କୋହଳ

(ମଣିପୁର) : ଥମିବାର ନାଁ ନେଉନି ମଣିପୁର ହିଂସାକାଣ୍ଡ । ଦୀର୍ଘ ଦୁଇ ମାସ ପରେ ଜାତୀୟ ରାଜପଥରୁ ସମସ୍ତ ଅବରୋଧ ହଟିଛି। ଅନ୍ୟପକ୍ଷରେ ବି‌ଷ୍ଣୁପୁର ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ଉଗ୍ରପନ୍ଥୀମାନେ କେତେକ ଘରେ ନିଆଁ ଲଗାଇ ଦେଇଛନ୍ତି। ବିଷ୍ଣୁପୁରରେ ଆଜି ଗୋଷ୍ଠୀ ସଂଘର୍ଷ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଅଂଚଳରେ ସ୍ଥିତି ସ୍ବାଭାବିକ ଥିବାରୁ କର୍ଫ୍ୟୁ କୋହଳ କରାଯାଇଛି।

ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ କହିଛନ୍ତି, ରାଜ୍ୟରେ ଯେଉଁ ଭୟାନକ ହିଂସା ଦେଖିବାକୁ ମିଳିଛି ତାହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର ରହିଛି ଏବଂ ଏଥିରେ ବିଦେଶୀ ଶକ୍ତିଙ୍କ ହାତ ଅଛି। ମଣିପୁର ସୀମା ମିଆଁମାର ସହିତ ଲାଗିଥିବା ବେଳେ ଚୀନ୍‌ ମଧ୍ୟ ନିକଟରେ ରହିଛି। ରାଜ୍ୟର ୩୯୮ କିମି ସୀମାରେ ବାହ୍ୟଶକ୍ତିମାନେ ସର୍ବଦା ଅସ୍ଥିରତା ଚାହୁଛନ୍ତି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଏବେ ବଡ଼ ସୀମାରେ ଆତଙ୍କବାଦୀ ଗତିବିଧିକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ।  ଏହି ହିଂସା ପୂର୍ବ ପ୍ରାୟୋଜିତ ଏବଂ ସମଗ୍ର ରାଜ୍ୟକୁ ହିଂସାର ନିଆଁ ଭିତରକୁ ଠେଲି ଦେବା ପାଇଁ ଷଡ଼ଯନ୍ତ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

mahabharatanews

ଭୂକମ୍ପ ଝଟକାରେ ଥରିଲା ଜୟପୁର ଓ ମଣିପୁର

mahabharatanews

ରାମମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା 

mahabharatanews