ମନୋରଞ୍ଜନ

ମନ୍ଦିରରେ ବାସନ ଧୋଇ ଚର୍ଚ୍ଚାରେ ପରିଣୀତି ଓ ସ୍ବାମୀ ରାଘବ

(ମୁମ୍ବାଇ) : ନିକଟରେ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ଭାବି ସ୍ବାମୀ ରାଘବ ଚଢ଼ାଙ୍କ ସହିତ ନିକଟରେ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରକୁ  ଯାଇଥିଲେ। ମନ୍ଦିରରେ ପ୍ରାର୍ଥନା କରିବା ପରେ ରାଘବ ଓ ପରିଣୀତି ସେଠାରେ ସେବା ଉଦ୍ଦେଶ୍ୟରେ ବାସନ ଧୋଇଥିଲେ। ତେବେ ପରିଣୀତି ଓ ରାଘବଙ୍କ ଏହି ସେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ମଇ ୧୩ ତାରିଖରେ ହୋଇଥିଲା। ଦୁହିଁଙ୍କ ନିର୍ବନ୍ଧ ଦିଲ୍ଲୀରେ ଶେଷ ହୋଇଛି। ଏହି କ୍ରମରେ ରାଘବ ଓ ପରିଣୀତିଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ ବୋଲି କୁହାଯାଉଛି। କିଛିଦିନ ପୂର୍ବରୁ ଦୁହିଁଙ୍କୁ ଉଦୟପୁରରୁ ଏକାଠି ଫେରୁଥିବା ଦେଖିବାକୁ ମିଳିଥିଲା। ସେବେଠାରୁ ଚର୍ଚ୍ଚା ହେଉଛି କି ବିବାହ ଉଦୟପୁରରେ ହିଁ ହେବ। ଏଥିସହିତ ଶୁଣିବାକୁ ମିଳୁଛି କି ରାଘବ ଓ ପରିଣୀତିଙ୍କ ବିବାହ ସେପ୍ଟେମ୍ବରରେ ହୋଇପାରେ। କିନ୍ତୁ ଏଯାବତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Related posts

ରକୁଲପ୍ରୀତ ସିଂ ଓ ଜ୍ୟାକିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

mahabharatanews

୧୧ରେ ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

ମା ବନିବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ ରୁବିନା ଦିଲେକ 

mahabharatanews